କୋଇଲି କେଶବ ଚଉତିଶା | କୋଇଲି ଲୋ କେଶବ ଯେ ମଥୁରା କୁ ଗଲା । Koili Kesaba Chautisha | Rabindra Mohapatra

แชร์
ฝัง
  • เผยแพร่เมื่อ 11 ก.ย. 2024
  • ୧୫୦୦ ଖ୍ରୀଷ୍ଟାବ୍ଦ ର ଅତ୍ୟନ୍ତ ଭାବ ପୂର୍ଣ୍ଣ ଓଡ଼ିଆ କୃଷ୍ଣ ଭଜନ । କୋଇଲି କେଶବ ଚଉତିଶା ର ସମସ୍ତ ପଦାବଳୀ କୁ ନେଇ ଆସନ୍ତୁ ଶୁଣିବା ରବୀନ୍ଦ୍ର ମହାପାତ୍ର ଙ୍କ ଭାବ ପୂର୍ଣ୍ଣ କଣ୍ଠ ରେ
    One of most popular Odia Bhajan Koili Keshab Chautisha written by eminent and great devotee of lord Jagannath Shri Markanda Das was very popular in Odisha once upon a time. Once again you listen this beautiful song in the voice of Rabindra Mohapatra.
    Singer: Rabindra Mohapatra
    Lyrics: Markanda Das
    Music Arrangement: Chandra Sekhar Mishra
    Recording & Mixing : Ama Studio
    Production: Sri Purushottam
    Released Date 22/05/2022
    ସମ୍ପୁର୍ଣ ଭଜନ:-
    କୋଇଲି, ଲୋ କେଶବ ଯେ ମଥୁରାକୁ ଗଲା,
    କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା
    କୋଇଲି, ଲୋ ଖଣ୍ଡକ୍ଷୀର ଦେବି ମୁଁ କାହାକୁ,
    ଖାଇବାର ପୁତ୍ର ଗଲା ମଥୁରାପୁରକୁ
    କୋଇଲି, ଲୋ ଗଲା ପୁତ୍ର ବାହୁଡି ନଇଲା,
    ଗହନ ତ ବୃନ୍ଦାବନ ଶୋଭା ନ ପାଇଲା
    କୋଇଲି, ଲୋ ଘର ମୋର ନ ମଣନ୍ତି ନନ୍ଦ,
    ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ
    କୋଇଲି, ଲୋ ନନ୍ଦ ଦେହ ପାଷାଣେ ଗଢିଲା,
    ନୟନେ କଜ୍ଜଳ ଦେଇ ରଥେ ବସାଇଲା
    କୋଇଲି, ଲୋ ଚଳୁଥାଇ କଟିର ମେଖଳୀ,
    ଚକିତ ହୋଇଲେ ଶୁଣି ଗୋପପୁର ବାଳୀ
    କୋଇଲି, ଲୋ ଛାଟକେ ମୁ ମାଇଲି ପୂରୁବେ,
    ଛାଡି ଅବା ଗଲେ କୃଷ୍ଣ ସେହି ପରାଭବେ
    କୋଇଲି, ଲୋ ଦୂତପଣେ ଅ ଇଲା ଅକ୍ରୂର,
    ଯାତ୍ରା ବୋଲି ଭଣ୍ଡିନେଲା ବସାଇ ରଥର
    କୋଇଲି, ଲୋ ଝୁରୁ ଝୁରୁ ଲୁହ ନ ସରିଲା,
    ଝଗଡା ସାରିଣ କୃଷ୍ଣ ମଥୁରା ରହିଲା
    କୋଇଲି, ଲୋ ନିଶା କାଳେ ହରି ମାଗେ ଚାନ୍ଦ,
    ନୟନ ଟେକିଣ ତାକୁ ରାଉଥାନ୍ତି ନନ୍ଦ
    କୋଇଲି, ଲୋ ଟହ ଟହ ହସୁଥାନ୍ତି କୋଳେ,
    ଟଳଟଳ ହେଉଥାନ୍ତି ଝୁଲିବାର ବେଳେ
    କୋଇଲି, ଲୋ ଠଣ ଯେ ସୁନ୍ଦର ବେନି ପୋଏ,
    ଠକି ଭଣ୍ଡି ଗଲେ କୃଷ୍ଣ ନ ଇଲେ ବେଡାଏ
    କୋଇଲି, ଲୋ ଡାକିଲେ ଭାଷ ଇ ଯେହ୍ନେ ଶାରୀ,
    ଡାଳ ରତ୍ନ ଶୁଆ ପ୍ରାୟେ ଭାଷୁଥାନ୍ତି ହରି
    କୋଇଲି, ଲୋ ଢ଼ଳ ଢ଼ଳ ନୟନେ କଜ୍ଜଳ
    ଢ଼ଳଇ ନାସା ର ମଣି ମୁକୁତା ର ଫଳ
    କୋଇଲି, ଲୋ ଅନେକ ହିଂସିଲା ରାୟ କଂସ,
    ଅଣହେଳା କରିଣ ଆପଣେ ଗଲା ନାଶ
    କୋଇଲି, ଲୋ ତନୁରେ ତା' ଲେପ ଇ କୁଙ୍କୁମ,
    ତନୟ ଖେଳାଉଥାନ୍ତି ଭାଇ ବଳରାମ
    କୋଇଲି, ଲୋ ଥନ ଭାଙ୍ଗି କ୍ଷୀରପାନ ଦେଲି,
    ଥବିର କାଳକୁ ପୁତ୍ର ଦେଖି ନ ପାରିଲି
    କୋଇଲି, ଲୋ ଦଉଡିରେ ବାନ୍ଧିଲି ପୁତ୍ରକୁ,
    ଦାମୋଦର ରାଗେ ଗଲେ ମଥୁରା ପୁରକୁ
    କୋଇଲି, ଲୋ ଧନ୍ୟ ସେହୁ ଦଇବକି ନାରୀ,
    ଧର୍ମ ଥିଲା ପୁତ୍ରଗୋଟି ହୋଇଲା ତାହାରି
    କୋଇଲି, ଲୋ ନ ଶୋଭ ଇ ଗୋପପୁର ମୋର,
    ନାରାୟଣ ଗଲାଦିନୁ ମଥୁରା ନଗର
    କୋଇଲି, ଲୋ ପରମ ପୁରୁଷ ମୋ ମାଧୋଇ,
    ପବିତ୍ର ମୁଁ ହେଉଥିଲି କୃଷ୍ଣ ମୁଖ ଚାହିଁ
    କୋଇଲି, ଲୋ ଫଳିବାକୁ ନାହିଁ ମୋର ଆଶ,
    ଫଳିବାର ଫଳ ଗଲା ବସୁଦେବ ପାଶ
    କୋଇଲି, ଲୋ ବହୁତ ସହିଲି ତାଙ୍କ ଅଳି,
    ବଡ଼ାଇ ଶରଧା ଭାଙ୍ଗି ଗଲେ ବନମାଳୀ
    କୋଇଲି, ଲୋ ଭଣ୍ଡି ମୋତେ ଗଲେ ବେନି ପୋଏ,
    ଭାଇ ତାଙ୍କ ବଳରାମ ନ ଇଲେ ବେଡାଏ
    କୋଇଲି, ଲୋ ମଥୁରାକୁ ଯିବି କି ମୁଁ ଧାଇଁ,
    ମାଧବ ମଧୁସୂଦନ ଆଣିବି କଢାଇ
    କୋଇଲି, ଲୋ ଯିବେ ଯେ ଆସିବେ ବୋଲି ଗଲେ,
    ଜଗତଜିବନ ପ୍ରଭୁ ବାହୁଡି ନ ଇଲେ
    କୋଇଲି, ଲୋ ରତ୍ନ ବସ୍ତ୍ର ଅଳଙ୍କାର ମାନ,
    ରାମ କୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭାବନ
    କୋଇଲି, ଲୋ ଲକ୍ଷ୍ମୀବନ୍ତ ଅଟେ ନାରାୟଣ,
    ଲଳିତରେ ନାମ ଦେଲେ ସେ ଗର୍ବ ବ୍ରାହ୍ମଣ
    କୋଇଲି, ଲୋ ବୃନ୍ଦାବନ ନ ଶୋଭ ଇ ମୋର,
    ବତ୍ସା କିଏ ଚରାଇବ ଯମୁନାର ତୀର
    କୋଇଲି, ଲୋ ଶ୍ରୀମନ୍ତ ପୁରୁଷ ମୋ ମାଧୋ ଇ,
    ଶିରିରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ
    କୋଇଲି, ଲୋ ଶଶୀ ଯେହ୍ନେ ଦିନୁ ଦିନ କ୍ଷୀଣ,
    ସେହିପରି କ୍ଷୀଣ ହେଲେ ମୋ ନନ୍ଦ ରାଜନ
    କୋଇଲି, ଲୋ ସାତ ଦିନ ଇନ୍ଦ୍ର ବୃଷ୍ଟି କଲା,
    ସପତ ବରଷ ପୁଅ ମନ୍ଦର ଧ ଇଲା
    କୋଇଲି, ଲୋ ହାଇ ଯେ ମାର ଇ ପୁତ୍ର ତୁଣ୍ଡ,
    ହୃଦରେ ଦିଶିଲା ତା'ର ଅଶେଷ ବ୍ରହ୍ମାଣ୍ଡ
    କୋଇଲି, ଲୋ କ୍ଷନ୍ଦଣି ବନ୍ଦଣି ଭୁଜ ଦଣ୍ଡ,
    କ୍ଷମାକର ଦୋଷ ମୋର ଭଣେ ମାରକଣ୍ଡ
    #koililokesabjemathurakugala
    #koilikesabachautisha
    #odiachautisha
    #odiabhajan
    #kesabkoilichautisha
    #soulful_odia_bhajan
    #rabindramohapatra
    #sripurushottam
    #shrijagannath
    #balaramdasbhajan
    #koililo
    #jagannath_odia_bhajan
    #odia_old_song
    #Sri_purushottam
    #odia_famous_bhajan
    Any unauthorised use of this song is strictly prohibited. Legal Action taken if noticed.

ความคิดเห็น • 486