ଶ୍ରୀ ଶ୍ରୀ ଚନ୍ଦ୍ରମଉଳି ମହାଦେବ|CHANDRAMOULI MAHADEV TEMPLE

แชร์
ฝัง
  • เผยแพร่เมื่อ 6 ก.ย. 2024
  • ଚନ୍ଦନନଗରର ଶ୍ରୀ ଶ୍ରୀ ଚନ୍ଦ୍ରମଉଳି ମହାଦେବଙ୍କ ମନ୍ଦିର।
    #kendrapara #odishatourism #chandramouli #odishatouristplace #malikabachana #ajirarasifala
    ଉକ୍ତ ମନ୍ଦିରଟି ଚନ୍ଦନନଗର ଗ୍ରାମ, ପଟ୍ଟାମୁଣ୍ଡାଇ ବ୍ଲକର କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ। ଏହା କେନ୍ଦ୍ରାପଡା ସହର ମହକୁମା ଠାରୁ ପ୍ରାୟ 33 KM ଦୂରରେ ଅବସ୍ଥିତ ଅଟେ , ଏଠାରେ ଶ୍ରୀ ଶ୍ରୀ ଚନ୍ଦ୍ରମଉଳି ମହାଦେବଙ୍କ ପୂଜା ସହିତ ମହାକାଳ ଓ ଗଣେଶଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀମାନଙ୍କର ମଧ୍ୟ ପୂଜା ହୋଇଥାଏ। ଏହି ପ୍ରାଚୀନ ମନ୍ଦିରଟିର ଅନେକ କିମ୍ବଦନ୍ତୀ ରହିଛି। ମନ୍ଦିରଟି ପ୍ରାୟତଃ 1700 ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିବା ଜଣାଯାଏ। ମହାଶିବରାତ୍ରି ଶ୍ରୀ ଶ୍ରୀ ଚନ୍ଦ୍ରମଉଳି ମହାଦେବଙ୍କ ମୁଖ୍ୟପର୍ବ ଅଟେ, ଏହି ସମୟରେ ଭକ୍ତମାନଙ୍କର ବହୁ ସମାଗମ ହୋଇଥାଏ। ଚନ୍ଦ୍ରମଉଳି ମନ୍ଦିର କେନ୍ଦ୍ରାପଡା ଜିଲ୍ଲାର ଏକ ପ୍ରସିଦ୍ଧି ପ୍ରାପ୍ତ ଶୈବ ମନ୍ଦିର ଅଟେ। ଆସନ୍ତୁ ତେବେ ମନ୍ଦିରର ପୂଜାପଣ୍ଡାଙ୍କଠାରୁ ଶ୍ରୀ ଶ୍ରୀ ଚନ୍ଦ୍ରମଉଳି ମହାଦେବଙ୍କ ଆବିର୍ଭାବ ବିଷୟରେ ଏକ ରୋଚକଭରା ତଥ୍ୟଟି ଜାଣିବା ....
    ପୂର୍ବରୁ ଏହା ସମୁଦ୍ର ଥିଲା ଏବଂ ତା ମଧ୍ୟରେ ଏକ ଦ୍ୱୀପ ଥିଲା। ସେଠାରେ ଜଣେ ଗୋପାଳ ବାସ କରୁଥିଲେ। ସେ ଦ୍ୱୀପରେ ଥିବା ଜଙ୍ଗଲରେ ତାଙ୍କ ଗାଈଟି ନୀତି ଚରିବାକୁ ଆସେ, ମାତ୍ର ଗୋପାଳ ପ୍ରତିସନ୍ଧ୍ୟାରେ କ୍ଷୀର ଦୁହିଁବାବେଳକୁ ଗାଇଠାରୁ କ୍ଷୀର ନ ବହାରିବାରୁ ସେ ଆଶ୍ଚର୍ଯ୍ୟ ହେଲେ ଏବଂ ଦିନେ ଗାଇଟିର ପିଛାକରି ଯାହାଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ, ତାଙ୍କ ଗାଈଟି ଗୋଟିଏ ସ୍ଥାନରେ ଠିଆହେବା ପରେ ତା ଚିରରୁ ସ୍ବତ ପ୍ରବୃତ୍ତ ଭାବେ କ୍ଷୀର ନିର୍ଗତହେଲା। ଏହାଦେଖି ଯୋଡହସ୍ତରେ କହିଲା କିଏ ତୁମେ ପ୍ରଭୁ? ମନରେ ଅନେକ ପ୍ରଶ୍ନନେଇ ଘରକୁ ଫେରିଲା। ରାତିରେ ତାକୁ ସ୍ୱପ୍ନ ହେଲା ମୁଁ ଚନ୍ଦ୍ରମଉଳି ମହାଦେବ ମୋର ଏଠାରେ ଯଥାରୀତି ପୂଜାର ବ୍ୟବସ୍ଥା କର । ମାତ୍ର ଗୋପାଳର ସାମର୍ଥ୍ୟ ନ ଥିବାରୁ ତେଣୁ ସେ ନିକଟ ଜଙ୍ଗଲରୁ କାଠ ସଂଗ୍ରହକରି ଠାକୁରଙ୍କ ନିମନ୍ତେ ଘରଟିଏ ତୋଳିଦେଲେ। ଏବଂ ପୂଜା କରିବା ଆରମ୍ଭ କରିଦେଲେ। କିଛିଦିନ ପରେ ସେଠାକାର ରାଜା ସଂଗ୍ରାମ ସିଂହ ଙ୍କୁ ଅବଗତ କରିବାପରେ ସଂଗ୍ରାମ ସିଂହ ରାଜା ନିଜେ ନିଷ୍ଠାରେ ରହି ପରବର୍ତୀ ସମୟରେ ମନ୍ଦିରଟି ତୋଳାଇଥିଲେ, ତା ସହିତ ସମସ୍ତ ପଣ୍ଡା ପୂଜାରୀ ନିୟୋଜିତ କରିଥିଲେ। ଯାଜପୁରରୁ କିଛି ବ୍ରାହ୍ମଣ ଆସିବା ସହ ଏଠାରେ ଛତିସା ନିଯୋଗ ଅଛନ୍ତି। ଏଠାରେ managing trust board ଅଛି । endowment commissioner ଏଠାରେ ମୁଖ୍ୟ ଦାଇତ୍ଵରେ ଥିବାବେଳେ ଛତିଶା ନିଯୋଗରେ ମନ୍ଦିରର ନୀତିକାନ୍ତି ସୁଚାରୁରୂପେ ହୋଇଥାଏ। ଏଠାରେ ମୁଖ୍ୟତ ଶିବରାତ୍ରି, କାର୍ତିକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ପୁଷ୍ୟାଭିଷେକ ଓ ଗମହାଭିଷେକ ମୁଖ୍ୟତ ପାଳନହେବାସହ ପ୍ରତି ସୋମବାର ଓ ସଂକ୍ରାନ୍ତିରେ ବହୁ ଭକ୍ତ ସମାଗମ ହୁଅନ୍ତି ।
    ଯଦି କୌଣସି ବ୍ୟକ୍ତିଙ୍କର କୌଣସି ଅସୁବିଧା ହୁଏ ଆସି ଏଠାରେ ଅଧିଆ ପଡନ୍ତି । ଥରେ ଜଣେ ବ୍ୟକ୍ତିଙ୍କର ବେକରେ ଏକ ଘା ହୋଇଥିଲା ସେ ବ୍ୟକ୍ତି ପ୍ରଭୁଙ୍କୁ ଅମାନ୍ୟ କରି ଡାକ୍ତରୀ ଚିକତ୍ସା କରାଇଲେ, ମାତ୍ର ତାହା ନ କମିବାରୁ ସେ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରଭୁ ଚନ୍ଦ୍ରମଉଳିଙ୍କ ନିକଟରେ ଅଧିଆ ପଡିବାପରେ ଚାରି ଦିନରେ ସ୍ୱାମୀଙ୍କ ଘା ଶୁଖିଥିଲା । ଏ କଥା ଉକ୍ତ ମହିଳା ଜଣଙ୍କୁ ପଡ଼ୋଶୀ ଜଣାଇବାରୁ ସେ କହିଥିଲେ ନା ଏମିତି ଥିବି ମୋ ସ୍ୱାମୀ ଠାକୁରଙ୍କୁ ଭୁଲ ମାଗିଲେ ମୁଁ ଉଠିବି, ଏହାପରେ ସ୍ୱାମୀ ଆସି ପ୍ରଭୁଙ୍କୁ ନିଜ ଭୁଲ ସ୍ୱୀକାର କରି ସ୍ତ୍ରୀ ସହ ଘରକୁ ଫେରିଲେ, ତେଣୁ ଯେତେ ବଡ ରୋଗୀ ଆସିଲେ ବି ପ୍ରଭୁଙ୍କ କୃପାରୁ ଭଲ ହୁଅନ୍ତି। ପ୍ରଭୁଙ୍କ ପାଖରୁ କେହିକେବେ ଖାଲି ହାତରେ ଫେରିନାହିଁ। ଏଠାରେ ଯେ କେହି ଭକ୍ତି ଓ ବିଶ୍ୱାସରେ ପ୍ରଭୁଙ୍କୁ ଡାକିଛି କେବେ ନିରାଶ ହୋଇନି।
    ଜଗରରେ ଏଠାରେ ଧ୍ୱଜବନ୍ଧା ଓ ମକର ସଂକ୍ରାନ୍ତି ରେ ମଧ୍ୟ ଧ୍ବଜା ବନ୍ଧା ଯାଏ।
    ଦେଖିଲେ ତ ଦର୍ଶକବନ୍ଧୁ ଆପଣଙ୍କୁ କିପରି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିତ କମେଣ୍ଟ କରନ୍ତୁ ଓ ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ share କରନ୍ତୁ। channelଟିକୁ ଯଦି subscribe କରିନାହାନ୍ତି ଏବେ କରିନିଅନ୍ତୁ। ଆମେ ପୁଣିଥରେ ନୂଆ ଅଧ୍ୟାୟ ନେଇ ଆସିବୁ। ନମସ୍କାର
    ନମସ୍କାର,
    Voice Over: SUBHALAXMI DASH
    Follow Us
    Insight music for music related video
    / @insightmusicodia
    Insight Odisha for exploring videos of Tourist places
    / insightodisha
    Insight Farming for farming related video
    / @insightfarming
    Amruta Sarani for Bhajan and Bhakti song
    / @amrutasarani
    * ANTI-PIRACY WARNING *
    This content is Copyright INSIGHT ODISHA. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    2021.All copyrights reserved with INSIGHT ODISHA
    insightodisha21@gmail.com

ความคิดเห็น • 12

  • @MENTORPPN
    @MENTORPPN ปีที่แล้ว +4

    ଦେବ ଦେବ ମହାଦେବଙ୍କୁ କୋଟି କୋଟି ପ୍ରଣାମ 🙏💐🤗 ଅତି ସୁନ୍ଦର୍ ତୀର୍ଥସ୍ଥଳ।
    👇🙏👇🙏👇🙏👇🙏👇🙏
    www.youtube.com/@niranjanppn

  • @amrutbaniodia
    @amrutbaniodia ปีที่แล้ว +7

    ମହାପ୍ରଭୁ ଚନ୍ଦ୍ରମୌଳି ମହାଦେବ ମନ୍ଦିରର କିମ୍ବଦନ୍ତି ଏବଂ ତଥ୍ୟ ବହୁତ ସୁନ୍ଦର ଭାବରେ ଉପସ୍ଥାପନା, କରି ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ମହାପ୍ରଭୁ ଚନ୍ଦ୍ରମୌଳି ମହାଦେବ ଆପଣଙ୍କ channel ର ଉନ୍ନତି କରିବା ସହିତ ସମଗ୍ର ବିଶ୍ଵବାସୀଙ୍କର ମଙ୍ଗଳ ବିଧାନ କରନ୍ତୁ, ବୋଲ ହର ହର ମହାଦେବ 🙏🙏

  • @muktifact
    @muktifact ปีที่แล้ว +4

    Baba Chandramouli

  • @namishraddhaandjyoti2737
    @namishraddhaandjyoti2737 ปีที่แล้ว +3

    Baba Chandramauli 🙏🙏🙏🙏🙏

  • @jayantirout2056
    @jayantirout2056 ปีที่แล้ว +1

    He pravu ama dampatya jibana ku sukhamaya kare 🙏🙏🙏🙏

  • @namishraddhaandjyoti2737
    @namishraddhaandjyoti2737 ปีที่แล้ว +3

    ବହୁତି ସୁନ୍ଦର 👌👌👌

  • @SubhalaxmiDash
    @SubhalaxmiDash ปีที่แล้ว +4

    Beautiful

  • @papudas8559
    @papudas8559 10 หลายเดือนก่อน +1

    Har har mahadev🙏🙏🙏🙏🙏🙏🙏🙏

  • @ashutoshdash4829
    @ashutoshdash4829 11 หลายเดือนก่อน +1

    Baba chandramouli

  • @sutrachukti
    @sutrachukti ปีที่แล้ว +1

    ଅତି ସୁନ୍ଦର🙏

  • @7tunesmusic
    @7tunesmusic ปีที่แล้ว +2

    👌👌👌👌👌

  • @nirakaramahanta6593
    @nirakaramahanta6593 ปีที่แล้ว +2

    Nice