NARASINGHPUR ISTADEVEE MAA PRAGALA PRAKATA LEELA - AMIYA,ROSALINE,SUSANT,SUJIT,RUDRA,RASHMI,ARCHANA

แชร์
ฝัง
  • เผยแพร่เมื่อ 5 ก.พ. 2025
  • ଜୟ ମା ପ୍ରଗଳା !
    "ନରସିଂହପୁର" । କଟକ ଜିଲ୍ଲାର ଆଠଗଡ଼ ସବ୍ ଡିଭିଜନ ଅନ୍ତର୍ଗତ ନରସିଂହପୁର ବ୍ଲକ । କଟକରୁ ପ୍ରାୟ ୧୧୦ କିମି ଦୂର । କଟକରୁ ଚୌଦ୍ଵାର.. ଖୁଣ୍ଟୁଁଣୀ ..ଆଠଗଡ଼ ...ତିଗିରିଆ.. ବଡ଼ମ୍ବା ରାସ୍ତା ଦେଇ ନରସିଂହପୁରରେ ପହଞ୍ଚିବାର ପୂର୍ବରୁ ଏକମାତ୍ର ରାସ୍ତା ଥିଲା ।ଆଜିକାଲି ଅନେକ ରାସ୍ତା ସଂଯୋଗ କରୁଛି ପବିତ୍ର ଦୈବ ଭୂମି ନରସିଂହପୁରକୁ !
    ଭୁବନେଶ୍ୱରରୁ - ନରାଜ - ଆଠଗଡ଼ ହୋଇ ଯାଇପାରିବେ !
    ଭୁବନେଶ୍ୱର - ତ୍ରିଶୂଳିଆ - ବାଙ୍କୀ - ସିଂହନାଥ (T Bridge) - ବଡମ୍ବା ହୋଇ ସିଧା ନରସିଂହପୁର ।
    ଭୁବନେଶ୍ୱର - ଖୋର୍ଦ୍ଧା - କଣ୍ଟିଲୋ - ସିଦାମୂଳା (Bridge) - ବାଗଧରିଆ - ନରସିଂହପୁର ଯାଇପାରିବେ ।
    ଗଡ଼ଜାତ ଅଞ୍ଚଳ ଭାବରେ ଖ୍ୟାତ ।ନରସିଂହପୁରର ମାହାତ୍ମ୍ୟ ନିଆରା । ଅଜଣା ବ୍ୟକ୍ତି ଏ ପବିତ୍ର ଧାମର ରହସ୍ୟ ଜାଣି ପାରୁ ନାହାଁନ୍ତି ।ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ମୋ ଜନ୍ମ ମାଟିର ମହକକୁ ସର୍ବ ଭାରତୀୟ ସ୍ତରରେ ପରିଚିତ କରାଇବାର ମୋର ଗୋଟିଏ ସ୍ବପ୍ନ ଥିଲା ।ଦୀର୍ଘ ଦିନ ବିଭିନ୍ନ କିମ୍ବଦନ୍ତୀ ତଥା ଲୋକକଥା ଉପରେ ଗବେଷଣା ଜାରି ରଖିଥିଲି ।ଆଜି ସେ ସ୍ଵପ୍ନ ସାକାର ହେବାକୁ ଯାଉଛି । ନରସିଂହପୁର ଇଷ୍ଟଦେବୀ ମା ପ୍ରଗଳାଙ୍କ ଅପାର କୃପାରୁ ଏହା ସମ୍ଭବ ହୋଇଛି । ପୁସ୍ତକଟିକୁ ISBN ମିଳିଲା ପରେ କଭର ପୃଷ୍ଠା ଜାରି କରିବୁ ।ଓଡ଼ିଶାର ପ୍ରତ୍ୟେକ ଦୈବ ପୀଠର ପୁରାଣ ଶାସ୍ତ୍ର ସହିତ ନିବିଡ଼ ସମ୍ପର୍କ ରହିଛି ।ଲୋକ ଲୋଚନକୁ ଆସି ପାରୁନି । ଆମେ ଚେଷ୍ଟା କରିଛୁ ପ୍ରତ୍ୟେକ ଜିଲ୍ଲାର ଦୈବ ପୀଠର ରହସ୍ୟକୁ ପୁସ୍ତକ ସହିତ ସଂଗୀତ ରସରେ ପାଠକଙ୍କ ନିକଟରେ ପହଞ୍ଚାଇବୁ ।ଦିଲ୍ଲୀରେ ନରସିଂହପୁରରୁ ଅନେକ ପ୍ରବାସୀ କାର୍ଯ୍ୟରତ ।କିନ୍ତୁ ନିଜ ପରିଚୟ ଦେବାକୁ କୁଣ୍ଠା ବୋଧ କରନ୍ତି ।ମୁଁ କିନ୍ତୁ ପ୍ରତ୍ୟେକ ମଞ୍ଚରେ "ମୁଁ ପକ୍କା ନରସିଂହପୁରିଆ' ବୋଲି ପରିଚୟ ଦେଇଥାଏ ।ମୋର ଦୃଢ଼ ବିଶ୍ୱାସ ଏ ପୁସ୍ତକ ପଢିଲା ପରେ ସେମାନେ ନିଜକୁ ଗର୍ବିତ ଅନୁଭବ କରିବେ ।କାରଣ ଏହାର ମାହାତ୍ମ୍ୟ ସାରା ବିଶ୍ବରେ ପ୍ରଚାରିତ କରିବା ଆମର ମୂଳ ଲକ୍ଷ୍ୟ ।
    ମୋର ଜନ୍ମମାଟି ପବିତ୍ର ନରସିଂହପୁରର ପୂର୍ବ ନାମ ଥିଲା ଅରାଟ ।ଏହା ଉପରେ କିମ୍ବଦନ୍ତୀ ଅନେକ କିଛି ବର୍ଣ୍ଣନା କରେ ।ସେସବୁକୁ ସଂଗ୍ରହ କରି ଆପଣଙ୍କ ନିକଟରେ ରଖିବାକୁ ପ୍ରୟାସ ।ଏହାର ଭୌଗଳିକ ପରିସୀମା ଅତି ମନୋହର ।ଉତ୍ତର ଦିଗରେ ଏ ମାଟିର ମୁକୁଟ ବୁଢ଼ା ବୁଢ଼ୀ ଘାଟି ରାସ୍ତା ଅତିକ୍ରମ କଲେ ଅନୁଗୁଳ ଜିଲ୍ଲା ।ଦକ୍ଷିଣରେ ପୁଣ୍ୟତୋୟା ମା ମହାନଦୀ ଏ ଧାମର ଚରଣ ସ୍ପର୍ଶ କରି ଆହୁରି ପବିତ୍ରତା କରିଦିଏ ।ମା ମହାନଦୀ ଅତିକ୍ରମ କଲେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ।ପଶ୍ଚିମରେ ପ୍ରାୟ ୨୩ କିମି ଦୂରରେ ଅବସ୍ଥିତ କଟକ ଜିଲ୍ଲାର ଶେଷ ଗ୍ରାମ କମଳା ଡିହ ଯାହା ସାତ କୋଶିଆ ଗଣ୍ଡ ର ମନୋରମ ଦୃଶ୍ୟ ବର୍ଣ୍ଣନା କରେ। ପୂର୍ବରେ ବାଲିଝରୀ ଗ୍ରାମ ହେଉଛି ନରସିଂହପୁର ବ୍ଲକର ଶେଷ ଗ୍ରାମ ।ବରଗଡର ଧନୁଯାତ୍ରା ପରି ଏହା ଲକ୍ଷ୍ମୀପୂଜା ପାଇଁ କୌଣସି ଗୁଣରେ କମ୍ ଚର୍ଚ୍ଚିତ ନୁହେଁ । ସବୁଜ ବନାନୀ ବଣ ପାହାଡ଼ରେ ଘେରା ଆମର ନରସିଂହପୁର ।ଆମର ଇଷ୍ଟଦେବୀ ମା ପ୍ରଗଳା ।
    ।ଏହି ପବିତ୍ର ପୀଠ ନରସିଂହପୁର ଠାରୁ ମାତ୍ର ୬/୭ କିମି !ନରସିଂହପୁର ଇତିହାସ ସହିତ ମା ପ୍ରଗଳାଙ୍କ ମହିମା ତଥା ପ୍ରକଟ ଲୀଳା ଉପରେ ଆମର ପୁସ୍ତକ ।
    ଏକ ପୁସ୍ତକ ପ୍ରସ୍ତୁତ କରିବାକୁ ଯାଉଛି । ଭାରତ ସରକାରଙ୍କ ମାନ୍ୟତା ପ୍ରାପ୍ତ ପୁସ୍ତକଟି ଖୁବ୍ ଶୀଘ୍ର ଆପଣ ମାନେ ପାଇ ପାରିବେ । କେବଳ ପୁସ୍ତକ ନୁହେଁ ସଙ୍ଗୀତ ସ୍ଵରରେ ଷ୍ଟୁଡିଓ ରେକର୍ଡ ଗୀତ ଶୁଣିବାକୁ ପାଇବେ । ପୁସ୍ତକରେ ଅନେକ ରହସ୍ୟମୟ ତଥ୍ୟକୁ ପାଇ ପାରିବେ ।କିମ୍ବଦନ୍ତୀ ଅନୁସାରେ ପ୍ରସ୍ତୁତ ହୋଇଛି ଏ ତଥ୍ୟ ଭିତ୍ତିକ ପୁସ୍ତକ ।
    ଏ ପୁସ୍ତକରେ ଆପଣ ସମ୍ପୂର୍ଣ୍ଣ ପାଇ ପାରିବେ ଅନେକ ରହସ୍ୟ ମୟ ପ୍ରଶ୍ନର ଉତ୍ତର .....।ସେ ପୁଣି ସଙ୍ଗୀତ ସ୍ଵରରେ ..
    " ପ୍ରଶ୍ନ ଅନେକ - ଉତ୍ତର ଏକ "
    ୧) ଅରାଟ ରାଜ୍ୟର ପରବର୍ତ୍ତୀ ନାମ ନରସିଂହପୁର କେମିତି ହେଲା ?
    ୨) କାହାର ସ୍ମୃତି ଉଦ୍ଦେଶ୍ୟରେ ଏ ଗଡ଼ଜାତ ରାଜ୍ୟ ନରସିଂହପୁର ନାମରେ ନାମିତ ହେଲା ?
    ୩) ୭ ଖଣ୍ଡ ଅଞ୍ଚଳକୁ ନେଇ ୫ ଶାସକ କିଏ କିଏ ଶାସନ କରୁଥିଲେ ଓ ପରବର୍ତ୍ତୀ ସମୟରେ ସମ୍ପୂର୍ଣ ନରସିଂହପୁର ରାଜ୍ୟ କେମିତି ଓ କେଉଁ ରାଜା ଗଢିଥିଲେ ?
    ୩) ନରସିଂହପୁର ମାଟିର ଇଷ୍ଟଦେବୀ ମା ପ୍ରଗଳାଙ୍କ ପ୍ରକଟ ଲୀଳା ଉପରେ ଚମତ୍କାର ତଥ୍ୟ ଭିତ୍ତିକ ଆଲୋଚନା !
    ୪)ମା ପ୍ରଗଳାଙ୍କ ପୂର୍ବ ନାମ କଣ ଥିଲା ଓ କେଉଁଠାରେ ପୂଜା ପାଉଥିଲେ ?
    ୫) ମା ପ୍ରଗଳାଙ୍କ ନାମରେ ନାମିତ ହେଲେ କେମିତି ?
    ୬)ମା ପ୍ରଗଳା ନରସିଂହପୁର ଯିବା ବାଟରେ ଜଯପୁର ଘୋର ଜଙ୍ଗଲ ଭିତରେ ଅଟକି ରହିଯିବା ପଛର ରହସ୍ୟ କଣ ?
    ୭) ମା ପ୍ରଗଳାଙ୍କ ପୂଜକ ବ୍ରାହ୍ମଣ ନୁହଁନ୍ତି ।ଦେହୁରୀ ପୂଜକ କାହିଁକି ପୂଜା କଲେ ?
    ୯)କେମିତି ଷୋଡ଼ଶ ପୂଜା ରେ ମା ନରସିଂହପୂର୍ ଦୋଳବେଦୀକୁ ବର୍ଷରେ ଥରେ ମାତ୍ର ଆସି ନରସିଂହପୁର ରାଜ ନଅର ରେ ୧୬ ଦିନ ପୂଜା ପାଆନ୍ତି ?
    ୧୦) କିଛି ସାଧକଙ୍କ ମତରେ ମା ହେଉଛନ୍ତି ଉଡନ୍ତା ଛୁରୀ ! ଜଙ୍ଗଲରେ ଭ୍ରମଣ କରି ଆସ୍ଥାନରୁ ସଙ୍ଗେ ସଙ୍ଗେ ଅଦୃଶ୍ୟ ହୁଅନ୍ତି ଓ ଦେହୁରୀଙ୍କ ଡାକ ଶୁଣି ଫେରି ଆସନ୍ତି ? ଆଜି ବି ଏ ଚମତ୍କାର ରହିଛି । ମାଆଙ୍କ ପୀଠରେ ଆପଣ ନିଜେ ପ୍ରତ୍ୟକ୍ଷ ଅନୁଭବ କରି ପାରିବେ ।ଏହା ପଛରେ ବିଜ୍ଞାନ ପାଠରେ ଉତ୍ତର ମିଳିବା ଅସମ୍ଭବ !
    ୧୧)କେବେ ଝିଅ ବେଶରେ କାଚେରା ହାତରୁ ଚୁଡ଼ି ପିନ୍ଧନ୍ତି ତ କେତେବେଳେ ଘୋର ଜଙ୍ଗଲ ରାସ୍ତାରେ ବାଟ ଭୁଲିଥିବା ଶଗଡ଼ିଆ ଭାଇକୁ ଠିକ୍ ବାଟରେ ଯିବାକୁ କହି ଦିଅନ୍ତି ।
    କେତେବେଳେ ଭକ୍ତଙ୍କ ହାତରୁ ଭୋଗ ଥାଳି ହାତରେ ଧରି ଦେହୁରୀଙ୍କ ଘରେ ରଖି ଦିଅନ୍ତି ।ଏହା ଚମତ୍କାର ନୁହେଁ ତ ଆଉ କଣ ?
    ୧୨)ଅନୁଗୁଳ ରାଜା ଓ ନରସିଂହପୁର ରାଜା ଭିତରେ ଯୁଦ୍ଧର କାରଣ କଣ ଥିଲା ଓ ପରବର୍ତ୍ତୀ ସମୟରେ କେମିତି ବନ୍ଧୁତ୍ୱ ସୃଷ୍ଟି ହେଲା ?
    ୧୩) ୯ ପର୍ବତ ୧୩ ଖୋଲ - ଖୋଲରେ ଶ୍ରେଷ୍ଟ ବରାହ ଖୋଲ ।ପ୍ରଖ୍ୟାତ ଦିଅଁଝର ଖୋଲ ଓ ଡ଼ାବର ଖୋଲ ପରେ ବାକି ୧୧ ଟି ଖୋଲର ନାଁ ଓ ଠିକଣା କେଉଁଠି ?
    ୧୪) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମୟରେ ରାଜ୍ୟ କ୍ୟାବିନେଟ ଗେଜେଟ ପାସ୍ କରିଥିଲେ ଓଡ଼ିଶାର ରାଜଧାନୀ ନରସିଂହପୁର କରିବା ପାଇଁ (ମୋତେ ଆମ ମାତୃଭାଷା ପାଇଁ ଦୀର୍ଘ ୮ ବର୍ଷ କଳାପତାକା ଅଭିଯାନ ଚଳାଇ ଆସୁଥିବା ଭାଷା ଯୋଦ୍ଧା ସୁଭାଷ ପଟ୍ଟନାୟକ ଭାଇ ନୋଟିଫିକେଶନ କପି ପ୍ରଦାନ କରିଛନ୍ତି ) ।ଏହାକୁ ପୁସ୍ତକରେ ସ୍ଥାନ ଦେଇଛି ।
    ଏମିତି ଅନେକ ଚମତ୍କାର ଅଡ଼ୁଆ ସୁତାର ପ୍ରଶ୍ନର ଉତ୍ତର ଏ ପୁସ୍ତକରେ ସଙ୍ଗୀତ ସ୍ଵରରେ ପାଇ ପାରିବେ ।
    ସବୁ ସେଇ ମାଆଙ୍କ ଲୀଳା .. ଆମେ ତ ନିମିତ୍ତ ମାତ୍ର
    🙏🙏
    Thanks
    AR Pioneer
    #ARPioneer #OdiaVideo

ความคิดเห็น •