#sundarkand

แชร์
ฝัง
  • เผยแพร่เมื่อ 12 ก.ย. 2024
  • ଜୟ ଜଗନ୍ନାଥ . ଓଡ଼ିଆଅଧ୍ୟାତ୍ମଜ୍ଞାନ
    ଚାରି ବେଦ,ଅଷ୍ଟାଦଶ ପୁରାଣ, ଅଷ୍ଟାଦଶ ଉପପୁରାଣ,ପଞ୍ଚମ ବେଦ ଭାବରେ ଶ୍ରୀ ମହାଭାରତ ,ଅନ୍ୟ ଉପବେଦ ମାନଙ୍କୁ ଜଗତ୍ କଲ୍ଯାଣ ପାଇଁ ଶ୍ରୀ କୃଷ୍ଣ ଦ୍ବପାୟନ ବ୍ଯାସଦେବ ପ୍ରକଟିତ କରିବା ପରେ ମନରେ ବିଷାଦ ରହିବା ଅନୁଭବ କଲେ।ନାରଦଙ୍କ ପରାମର୍ଶ କ୍ରମେ ଜ୍ଞାନ ଓ ଭକ୍ତି ସମ୍ମିଳିତ ଭଗବତ୍ ଲୀଳାମୃତ ମଧ୍ୟରେ ଭକ୍ତ ଓ ଭଗବାନ ଙ୍କ ଚରିତ ବର୍ଣ୍ଣନା କରି ଆଜିର ପବିତ୍ର ଦିନରେ (ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ବା ଭାଗବତ ଜନ୍ମ ପୂର୍ଣ୍ଣିମା) ଶ୍ରୀମଦ୍ଭାଗବତ ମହାପୁରାଣ ପ୍ରକଟିତ ହୋଇ ସମାଜ ତଥା ସଂସାରରେ ନିଜର ଭକ୍ତି ଓ ଜ୍ଞାନ ତଥା ଭଗବତ କଥାମୃତ ଭାବରେ ପରମ ପାଓ୍ବନ(ପରମ ପବିତ୍ର)ଗଙ୍ଗା ପରି ଶ୍ରୋତା, ବକ୍ତା ଓ ପଚାରିବା ବ୍ଯକ୍ତି ଙ୍କୁ ଉଦ୍ଧାର କରି ଆସୁଛନ୍ତି।
    ସତରେ ଯୁଗେ ଯୁଗେ ସେ ଭରତ ହୁଅନ୍ତୁ, କି ହନୁମାନ, ସେ ପ୍ରହ୍ଲାଦ କି ଉଦ୍ଧବ ଅଥବା ସୁଦାମା ,,,ସମସ୍ତଙ୍କୁ ଜ୍ଞାନ ସହ ଭକ୍ତି ପ୍ରାପ୍ତି ପରେ ପୂର୍ଣ୍ଣତା ପ୍ରାପ୍ତି ହୋଇଛନ୍ତି।
    ଆମେ ଜାଣିଛନ୍ତି ସମସ୍ତେ ଅପେକ୍ଷା କରିଛନ୍ତି ଏହିସମୟରେ ବାଳକ ଅବଦୂତ ବେଶରେ ସମଗ୍ର ଜଗତରେ ପରିବ୍ରାଜକ ଭାବେ ଭ୍ରମଣ କରୁଥିବା ତଥା ଗୋଟିଏ ସ୍ଥାନରେ ମାତ୍ର ଗାଇ ଦୁହିଁ ବା ପାଇଁ ଯେତିକି ସମୟ ସେତିକି ସମୟ ରହୁଥିବା ବ୍ଯାସଦେବ ଙ୍କର ପୁତ୍ର ଶ୍ରୀ ଶୁକଦେବ ଗୋସ୍ୱାମୀ ପହଞ୍ଚି ଗଲେ।ଦିଗମ୍ବର ବେଶରେ ବିଭିନ୍ନ ମା ତଥା ପିଲାମାନେ ତାଙ୍କର ଅଦ୍ଭୁତ ବେଶରେ ଥଟା ପରିହାସ କରୁଥାନ୍ତି। ସମଗ୍ର ଋଷି ସମାଜ ତାଙ୍କର ଉପସ୍ଥିତ ଦେଖି ଠିଆ ହୋଇଗଲେ।ପରୀକ୍ଷିତ ବୁଝିଗଲେ ଓ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ର ସହ ଦୁଇ ପଦ ବିନମ୍ର ନିବେଦନ କଲେ।ହେ ମହତତ୍ବ ଅନୁଭବ ଧାରି ପରମ ପୁରୁଷ ମୋର ଅହୋଭାଗ୍ଯ ଆପଣ ମୋର କଲ୍ଯାଣ ନିମନ୍ତେ ନିଶ୍ଚିତ ଏଠାରେ ପହଞ୍ଚି ଅଛନ୍ତି।ମୁଁ ଆର୍ତ୍ତ ମୁଁ ଅଧମ ହେଲେ ଅନ୍ଧକାର ସୂର୍ଯ୍ୟ ଙ୍କ ଉପସ୍ଥିତ ମାତ୍ରେ ଦୂର ହୋଇଯାଏ।ସାତଦିନ ଅବଧି ମୋର ଜୀବନ।ମୁଁ ଆପଣଙ୍କୁ ପ୍ରଣିପାତ କରି ବିନମ୍ର ନିବେଦନ କରୁଅଛି, ନିଶ୍ଚୟ ଭଗବାନ ଶ୍ରୀକୃଷ୍ଣ ଙ୍କ ଦୟାର ଫଳରେ ଆପଣ ଏଠାରେ ପହଞ୍ଚି ଅଛନ୍ତି, ମୋତେ ଦୁଇ ଟି ପ୍ରଶ୍ନ ର ମାର୍ଗଦର୍ଶନ କରାନ୍ତୁ।
    ଯଚ୍ଚ୍ଥ୍ରୋତବ୍ଯମଥୋ ଜପ୍ଯଂ ଯତ୍ କର୍ତ୍ତବ୍ଯଂ ନୃଭିଃ ପ୍ରଭୋ।
    ସ୍ମର୍ତ୍ତବ୍ଯଂ ଭଜନୀୟଂ ବା ବ୍ରୁହି ଯଦ୍ ବା ବିପର୍ଯ୍ଯୟମ୍।।୩୮/୧୯/୧
    ଦୀନବନ୍ଧୁ ଦୀନବତ୍ସଳ ଶୁକଦେବ ପରୀକ୍ଷିତ ଙ୍କ ବିନମ୍ରତା ଓ ଶ୍ରଦ୍ଧା ତଥା ଆର୍ତ୍ତ ଭାବକୁ ଅନୁଭବ କରି ଜନ୍ମଞ୍ଜେୟ ଦ୍ବାରା ସୁବର୍ଣ୍ଣ ସିଂହାସନ ଉପରେ ଉପବେସନ ପୂର୍ବକ ଅତ୍ୟନ୍ତ ଆଦରରେ ପରୀକ୍ଷିତ ଙ୍କୁ ଅମୃତ ଉପଦେଶ ଦେବା ପ୍ରାରମ୍ଭ କଲେ।ବୋଲ ଆନନ୍ଦରେ ଏକବାର ହରିବୋଲ,,,,,।
    ଶୁକଦେବ କହିବାକୁ ଲାଗିଲେ ହେ ପରୀକ୍ଷିତ ତୁମ ପ୍ରଶ୍ନରେ ଲୋକହିତ ନିହିତ ଅଛି।ମନୁଷ୍ୟ ମାନେ ଯେଉଁ ବିଷୟ ଶ୍ରବଣ ମନନ,ସ୍ମରଣ କରିବା ତଥା ତାହାର କୀର୍ତ୍ତନ କରିବା କଥା ତାହା ତୁମେ ପଚାରିଅଛ।ଆତ୍ମଜ୍ଞାନୀ ମାନେ ଏହି ପ୍ରଶ୍ନ ପାଇଁ ସଦା ଉଦବିଘ୍ନ ରହିଥାନ୍ତି।ସଦା ବିଷୟା ବିଷ (ମୋ ଶରୀର ମୋ ଘର,ମୋ ସ୍ତ୍ରୀ, ମୋ ପିଲା,ମୋ କୁଟୁମ୍ବ, ମୁଁ ଖାଇବି,ଶୋଇବି,ଉପାର୍ଜନ କରିବି ଇତ୍ୟାଦି ନଶ୍ବର କ୍ଷଣସ୍ଥାୟୀ କ୍ଷଣଭଙ୍ଗୁର ଚିଜ )ରେ ରତ ହୋଇ ଦୁର୍ଲ୍ଲଭ ମାନବ ଶରୀର ବେକାର ରେ ଶେଷ ହୋଇଯାଏ।
    ହେ ପରୀକ୍ଷିତ ଅହରହ ଭଗବାନ ଙ୍କୁ ସବୁ କର୍ମ କୁ ସମର୍ପଣ କରି ତାଙ୍କ ନାମ,ଗୁଣ,ର ଶ୍ରବଣ,ମନନ,ସ୍ମରଣ,ଚିନ୍ତନ,କୀର୍ତ୍ତନ କଲେ ଜୀବ ତାଙ୍କର ଦୟାରେ ତଦାକାର ବୃତ୍ତି ହୋଇଯାଏ ଶେଷରେ ତାଙ୍କର ଦିବ୍ୟ ଅନୁଗ୍ରହ ପ୍ରାପ୍ତ ହୁଏ ଶେଷରେ ତାଙ୍କୁ ପାଇଯାଏ।
    ମୃତ୍ୟୁ କାଳରେ ନାରାୟଣ ଙ୍କ ସ୍ମରଣ ହିଁ ମନୁଷ୍ୟର ସର୍ବଶ୍ରେଷ୍ଠ କର୍ମ
    ସମସ୍ତ ଜ୍ଞାନ ପ୍ରାପ୍ତି ପରେ ଭଗବାନ ଙ୍କ ଲୀଳାମୃତ କଥନ ଶ୍ରବଣ ମହାଜନ ମାନେ କରିଥାନ୍ତି।ମୁଁ ସ୍ବୟଂ ସମାଧିସ୍ଥ ବ୍ରହ୍ମାନନ୍ଦ ଠାରୁ ପିତାଙ୍କ ଠାରୁ ଦିବ୍ୟ କଥାମୃତ ଶ୍ରବଣାନ୍ତେ ଶ୍ରୀମଦ୍ଭାଗବତ ମହାପୁରାଣ ପାଠ କରି ଅପାର ଆନନ୍ଦ ଅନୁଭବ କରିଥିଲି।ଭଗବାନ ଶ୍ରୀକୃଷ୍ଣ ଙ୍କ ଲୀଳାମାଧୁରୀ ର ଆକର୍ଷଣ ଅନନ୍ୟ।
    ବର୍ତ୍ତମାନ ସାତଦିନ ଯଥେଷ୍ଟ ଅଛି।ହେ ଭଗବାନ ଙ୍କ ପ୍ରିୟତମ ଭକ୍ତ ମୁଁ ତୁମ୍ଭର ଅନ୍ତିମ ସମୟରେ ଅଶେଷ କଲ୍ଯାଣକାରୀ ସେହି ଶ୍ରୀମଦ୍ଭାଗବତ ମହାପୁରାଣ ର ବର୍ଣ୍ଣନା କରିବି ତୁମେ ଶ୍ରଦ୍ଧାର ସହ ଶ୍ରବଣ କର ଏହାକୁ ଶ୍ରବଣାନ୍ତେ ତୁମ୍ଭର ଅଶେଷ କଲ୍ଯାଣ ହେବ।
    ଯେ ଏ ସଂସାର କୁ ବୁଝି ବୈରାଗ୍ୟ ସୃଷ୍ଟି ହୋଇଗଲା ତା ପାଇଁ ପ୍ରକୃଷ୍ଟ ମାର୍ଗ ଯାହା ସମସ୍ତ ଶାସ୍ତ୍ର ଆଧାରରେ ନିର୍ଯ୍ଯାସ ଅଟନ୍ତି ତାହା ହେଲା
    ସେମାନେ ପ୍ରେମର ସହିତ ଭଗବାନ ଙ୍କ ମଧୁର ନାମ ଓ ତାଙ୍କ ଦିବ୍ୟ ଲୀଳାମୃତ ର ଗୁଣବନ୍ଦନାରେ ନିଜକୁ ହଜାଇ ଦେଇ ନିଜକୁ ଭୁଲି ଯାଆନ୍ତୁ।
    ଆହାଃ ଆସନ୍ତୁ ଆମେ ସମସ୍ତେ ନିଶ୍ଚିତ ନିଜ ପରିବାରର ମଙ୍ଗଳ ପାଇଁ ପ୍ରତିଦିନ ଆଜିଠାରୁ ଘରେ ଅତିକମରେ ଓଡିଆ ଭାଗବତ ନିଶ୍ଚୟ ପାଠ କରିବା।ଜୟ ଶ୍ରୀ ଜଗନ୍ନାଥ।
    କ୍ରମଶଃ,,,

ความคิดเห็น • 10

  • @mpjena5552
    @mpjena5552 วันที่ผ่านมา

    Jay sriRam🙏🙏

  • @Pravashbabu
    @Pravashbabu 4 ปีที่แล้ว

    🙏 ଶ୍ରୀ ରାମ

  • @biswanathpanda1425
    @biswanathpanda1425 2 ปีที่แล้ว

    Jay jagannath 🙏 jay ♥️ ho

  • @luckyrocky8526
    @luckyrocky8526 4 ปีที่แล้ว +1

    Jay jagannath

  • @geetanjalibehera7198
    @geetanjalibehera7198 2 ปีที่แล้ว

    Jay shree ram

  • @jitendrakumarmohapatra4200
    @jitendrakumarmohapatra4200 4 ปีที่แล้ว

    Jay Shree Ram 🙏 🙏🙏🙏 🙏😍😍😍👍👍👍

  • @Chandraalokah
    @Chandraalokah 4 ปีที่แล้ว

    जय सीताराम । ବହୁତ ସୁନ୍ଦର ହେଇଛି କଥନଶୈଳୀ ଓ ଦିବ୍ୟଭାବବୈଖରୀଧାରା ।

  • @mrperfect-1587
    @mrperfect-1587 2 ปีที่แล้ว

    Beautiful voice