SIDDHA MATHA KEONJHAR || KEONJHAR TOURIST PLACES

แชร์
ฝัง
  • เผยแพร่เมื่อ 6 ก.ย. 2024
  • କେନ୍ଦୁଝର ସହରର ଉପକଣ୍ଠରେ ଅବସ୍ଥିତ ବହୁ ପୁରାତନ ସିଦ୍ଧମଠ। ଲୋକମତ ଅନୁଯାୟୀ ବହୁ ପୂର୍ବରୁ ସିଦ୍ଧି ନିମନ୍ତେ ସାଧୁ ମାନେ ଏଠାରେ ସାଧନ କରୁଥିବାରୁ ଏହା sidhamatha ନାମରେ ନାମିତ। #odishatouristplace #odishatourism #sidhhamattha #keonjhar #odishatourism #odishatouristplace #viralvideo #trending
    ଏପରିକି ଜଣେ ସାଧୁ ଭକ୍ତ ମାନଙ୍କୁ ଯୋଗ ବଳରେ ପୁରୀରୁ ଗରମ ଅଭଡ଼ା ପ୍ରଦାନ କରୁଥିଲେ। ସେ ଏକ ସମୟରେ ଉଭୟ ପୁରୀ ଓ sidhhamatha ରେ ବିରାଜମାନ କରୁଥିଲେ।
    ଏହି ସିଦ୍ଧ କ୍ଷେତ୍ରରେ ସିଦ୍ଧ ଜଗନ୍ନାଥ ମୁଖ୍ୟ ଦେବତା ହୋଇଥିବା ବେଳେ ସିଦ୍ଧ କାଳୀ, ସିଦ୍ଧ ହନୁମାନ ଆଦି ଦେବା ଦେବୀ ପୂଜିତ ହୋଇଥାନ୍ତି।
    ଚୁଳିଆ ଓ ଗୋବରା ପାହାଡର ପାଦ ଦେଶରେ ପ୍ରାକୃତିକ ସବୁଜ ଜଙ୍ଗଲ ପରିବେଶ ମଧ୍ୟରେ ଏହି ସିଦ୍ଧି ସାଧନା ପୀଠଟି ଅବସ୍ଥିତ।
    ଶ୍ରୀ ସିଦ୍ଧ ଜଗନ୍ନାଥ ହେଉଛନ୍ତି ସିଦ୍ଧ ମଠ ର ମୁଖ୍ୟ ଦେବତା। ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରର ଉଚ୍ଚତା ପ୍ରାୟ ୬୦ ଫୁଟ। ଏହା ୧୫୦୦ଖ୍ରୀଷ୍ଟାବ୍ଦର ଶେଷ ଭାଗକୁ ବା ୧୬୦୦ଖ୍ରୀଷ୍ଟାବ୍ଦର ପ୍ରାରମ୍ଭରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ଏହି ମନ୍ଦିରର ଗର୍ଭ ଗୃହରେ ସିଂହାସନ ଉପରେ ମୁଖ୍ୟ ଦେବତା ଭାବେ ଏକକ ଜଗନ୍ନାଥ ମୂର୍ତ୍ତି ଚକାପୀଠ ଉପରେ ଆସୀନ। ସିଂହାସନରେ ଶ୍ରୀଜୀଉଙ୍କ ବିଜେ ପ୍ରତିମା ଶ୍ରୀକୃଷ୍ଣଙ୍କ ଅସ୍ତଧାତୁ ମୂର୍ତ୍ତି ପୂଜା ପାଉଛି।ସିଦ୍ଧ ଜଗନ୍ନାଥଙ୍କ ରତ୍ନ ସିଂହାସନରେ ବଳଦେବଙ୍କର ଖୁବ ଛୋଟ ମୂର୍ତ୍ତି ରହିଛି। ହୁଏତ ବଳଦେବଜୀଉଙ୍କ ଏହି ମୂର୍ତ୍ତି ପରବର୍ତ୍ତୀ କାଳରେ କେହି ପ୍ରତିଷ୍ଠା କରିଥାଇପାରନ୍ତି ବୋଲି ଗବେଷକମାନେ ମତ ଦିଅନ୍ତି।ରତ୍ନ ସିଂହାସନ ପାର୍ଶ୍ୱରେ ମହଲଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛି।ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ଭ ବଦଳରେ ହନୁମାନ ସିଦ୍ଧ ଜଗନ୍ନାଥଙ୍କ ଆଡକୁ ଯୋଡ ହସ୍ତରେ ଥିବା ଦେଖିବାକୁ ମିଳିବ।ପ୍ରତ୍ୟକ ବିଷ୍ଣୁ ମନ୍ଦିର ସମ୍ମୁଖରେ ଗରୁଡ଼ ସ୍ତମ୍ଭ ଥିବାବେଳେ ଏଠାରେ ହନୁମାନ ଅଛନ୍ତି। କୁହାଯାଏ କି ଏଠାରେ ଜଗନ୍ନାଥ ରାମଙ୍କ ଅବତାରରେ ପୂଜା ପାଉଛନ୍ତି,ତେଣୁ ହନୁମାନ ଅଛନ୍ତି, ମାତ୍ର ହନୁମାନ ସ୍ତମ୍ଭ ନେଇ କୌଣସି ନିଦ୍ଧିଷ୍ଟ କାରଣ ମିଳିନାହିଁ।
    ହନୁମାନ ସ୍ତମ୍ଭର କିଛି ଦୂରରେ ମହାଦେବ ସିଦ୍ଧେଶ୍ୱରଙ୍କ ଏକ ଛୋଟ ମନ୍ଦିର ରହିଛି। ତାଙ୍କ ନିକଟରେ ଶିବଙ୍କର ଏକ ଦାରୁ ବିଗ୍ରହ ରହିଛି। ମନ୍ଦିରଟି ଏବେ ବକ୍ର ଦେଖା ଯାଉଛି।
    ପ୍ରାୟ ୮୦୦ବର୍ଷର ପୁରୁଣା ମନ୍ଦିର। ୧୫୦୦ - ୧୬୦୦ ଖ୍ରୀଷ୍ଟାବ୍ଦର ଦେବ ସ୍ଥାନ ଅଟେ।
    Follow Us
    Insight music for music related video
    / @insightmusicodia
    Insight Odisha for exploring videos of Tourist places
    / insightodisha
    Insight Farming for farming related video
    / @insightfarming
    Amruta Sarani for Bhajan and Bhakti song
    / @amrutasarani
    * ANTI-PIRACY WARNING *
    This content is Copyright INSIGHT ODISHA. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    2021.All copyrights reserved with INSIGHT ODISHA
    insightodisha21@gmail.com

ความคิดเห็น • 1